ମୁଖ୍ୟ ଖବର

ଜେଆରପିୱାଇ ପାଠ୍ୟକ୍ରମର ସାର୍ଟିଫିକେଟ ବଣ୍ଟନ ଉତ୍ସବ, ୫୯୫ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀ ହେଲେ ଉପକୃତ

By Angul TV Bureau

May 23, 2023

ଅନୁଗୁଳ: ସୋମବାର ସ୍ଥାନୀୟ ସଭା ଘରେ ଅନୁଗୁଳ ଖଣିଜ ପାଣ୍ଠି ଏବଂ ଓକେସିଏଲର ସହାଭାଗିତାରେ ଜିଲ୍ଲାର ୩ ଟି ଖଣି ପ୍ରଭାବିତ ବ୍ଲକରେ ଚାଲୁଥିବା ଜେଆରପିୱାଇ ପାଠ୍ୟକ୍ରମର ସାର୍ଟିଫିକେଟ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ମୋହନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୩ ଟି ବ୍ଲକ ଯଥା-ତାଳଚେର ବ୍ଲକର ଚାରିଟି, କଣିହାଁ ବ୍ଲକରେ ଗୋଟେ ଏବଂ ଛେଣ୍ଡିପଦା ବ୍ଲକରେ ତିନିଟି ମୋଟ ୮ ଟି ଶିକ୍ଷାନୁଷ୍ଠାନରେ ଓକେସିଏଲ ସହ ସହାଭାଗିତାରେ ମୋଟ ୫୯୫ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରରେ ରୋଜଗାରକ୍ଷମ ହେବାକୁ ପ୍ରଶିକ୍ଷଣ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡା. ମନୋରଞ୍ଜନ ପୁଥାଳ ଯୋଗ ଦେଇ ଅନୁଗୁଳରେ ସବୁ ବର୍ଗର ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ଦିଗରେ ଓକେସିଏଲ ସର୍ବଦା କାର୍ଯ୍ୟ କରୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଖଣିଜ ପାଣ୍ଠିର ଅଧିକାରୀଙ୍କ ସହ ଓକେସିଏଲର ନେଟୱର୍କ ହେଡ୍ ସିଦ୍ଧାର୍ଥ ମହାପାତ୍ର, ଜିଲ୍ଲା ସଂଯୋଜକ ଦିବ୍ୟଜ୍ୟୋତି ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।