ପ୍ରତିଭା ଓ ବ୍ୟକ୍ତିତ୍ୱ

ସ୍କଏ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ

By Biswaranjan Pattnaik

April 21, 2024

ଅନୁଗୁଳ: ଆଜି ଅନୁଗୁଳ ସ୍କଏ ମାର୍ଶାଲଆର୍ଟ ସଂଘ ଦ୍ୱାରା ମା’ ବାସନ୍ତି ଦୁର୍ଗା ଖେଳ ପଡିଆରେ ସ୍କଏ ଜାତୀୟ ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଗୁଳର ପୂର୍ବତନ ନଗରପାଳ ତଥା ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଓ ଟାଇକୁଣ୍ଡୁ ସଂଘର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ସ୍କଏ ମାର୍ଶାଲ ଆର୍ଟ ସଂଘ ସଂପାଦକ ଡ.ଏସକେ ସଲାଉଦ୍ଦିନ୍ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା, ଆଇନଜୀବୀ ସଞ୍ଜୟ କୁମାର ମହାପାତ୍ର ଓ ଓଡ଼ିଶା ଆମେଚର୍ ଟାଇକୁଣ୍ଡୁ ସଂଘ ସଂପାଦକ ଅନିଲ କୁମାର ରାଉଳ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରି ସେମାନେ କିଭଳି ଏହି ଖେଳରେ ନିଜ ଜିଲ୍ଲାର ସୁନାମ କିପରି ବଢାଇବେ ତାହା ବୁଝାଇଥିଲେ। ରାଜ୍ୟ ସମ୍ପାଦକ ଖେଳାଳି ମାନଙ୍କର ଭବିଷ୍ୟତ କିପରି ଭାବରେ ଉଜ୍ଜ୍ୱଳ ହେବ ଓ ଖେଳାଳୀମାନଙ୍କର ଚାକିରି କ୍ଷେତ୍ରରେ କିପରି ସହଯୋଗ ମିଳିବ ଆଲୋଚନା କରିଥିଲେ।

ବିଗତ ବର୍ଷର ଅନୁଗୁଳ ବାଳକ ବିଭାଗର ଜଣେ ଓ ବାଳିକା ବିଭାଗର ୨ ଜଣ ଓଡ଼ିଶା ସରକାରଙ୍କ ଦ୍ୱାରା ଖେଳାଳୀମାନଙ୍କୁ ପ୍ରୋତ୍ସାହନ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ତ୍ଵାବଧାନରେ ହୋଇଥିଲା ଓ ଉକ୍ତ କାର୍ଯ୍ୟକ୍ରମକୁ ଖେଳାଳି ମୁକେଶ କୁମାର ସହଯୋଗ କରିଥିଲେ। ରାଜ୍ୟ ସମ୍ପାଦକ ଶ୍ରୀ ନାଥଙ୍କୁ ଶ୍ରେଷ୍ଠ ଜାତୀୟ ବିଚାରକ ଭାବରେ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ।