ଅନୁଗୁଳ: ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବକୁ ପ୍ରତିବାଦ କରି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ କରି କାମ କରିଛନ୍ତି। ଡିଭିଜନ ସମ୍ପାଦକ ବିକାଶ ସାହୁଙ୍କ ସୂଚନା ଅନୁଯାୟୀ, ସମସ୍ତ ଯୁବ ଶ୍ରମିକ ସାଥୀଙ୍କ ପାଇଁ ଦୀର୍ଘ ଦିନରୁ ଉପେକ୍ଷିତ ଦାବି ଯଥା ଆଇଟିଆଇ ଟ୍ରେନିଂ ପ୍ରାପ୍ତ କୁଶଳୀ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୂଳ ଦରମା ଓ କିରାଣୀ ବର୍ଗର କର୍ମଚାରୀଙ୍କ ମୂଳଦରମାକୁ ସମାନ କରିବା ସହ ଆମ ରାଜ୍ୟର ସମାନ ବର୍ଗର ରାଜ୍ୟ ସରକାରୀ କର୍ମଚାରୀଙ୍କ ମୂଳଦରମା ସହ ଆମ ଶ୍ରମିକ କର୍ମଚାରୀଙ୍କ ମୂଳଦରମାକୁ ସମାନ କରିବା ପାଇଁ ଆରମ୍ଭ ହୋଇଥିବା ଲଢେଇ ର ପ୍ରତିବାଦ ସ୍ବରୂପ କର୍ମଚାରୀମାନେ ମେ ୯ ରୁ ୧୫ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ। କର୍ମଚାରୀଙ୍କ ଦାବି ଯଦି ପୂରଣ ନ କରାଯାଏ ତେବେ ମେ’୧୬ ରୁ ଭୁବନେଶ୍ବର ମୁଖ୍ୟ ଅଫିସ ମୁଖ୍ୟ ଦ୍ବାର ସମ୍ମୁଖରେ ପୃଥକ ପୃଥକ ଗଣଧାରଣା କରାଯିବ। ଏଥିରେ ସାରା ଓଡ଼ିଶାର ସମସ୍ତ ବିଦ୍ୟୁତ ଶ୍ରମିକ କର୍ମଚାରୀ ଯୋଗଦାନ କରିବେ।
ଆଜି ଚାଇଁପାଲ ଡିଭିଜନ ୧୪ଟି ସେକ୍ସନର ସମ୍ପାଦକ ବିକାଶ ସାହୁ, ପ୍ରଶାନ୍ତ ବେହେରା, ପିଲୁ ସାମଲ, ରାଜେଶ ନାୟକ, ପ୍ରତାପ ସାହୁ, ରଞ୍ଜିତ ବେହେରା, ସଂଜୟ ସାହୁ, ଅଜିତ ପ୍ରଧାନ, ଭାସ୍କର ସାହୁ, ଗୁରୁଦେବ ବେହେରା, ରାଜକିଶୋର ସାହାଣୀ, ସୁଶାନ୍ତ ସେଠି ଙ୍କ ସହ ଫିଲ୍ଡ ରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ କଳା ବ୍ୟାଜକୁ ପରିଧାନ କରି କାର୍ଯ୍ୟ କରିଛନ୍ତି।