ଅନୁଗୁଳ: ଏନସିପିଏଲ ବଡ଼କେରା ଆନୁକୂଲ୍ୟରେ ଆୟୋଜିତ ମ୍ୟାଚ୍ ଡେ ରୋମାଞ୍ଚକର ଫାଇନାଲ ମ୍ୟାଚ୍ ସହ ଉଦ୍ଯାପିତ ହୋଇଯାଇଛି। ମୋଟ ୮ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ଚକାଡୋଳା ଏକାଦଶ ତୁରଙ୍ଗ ଓ ତୁବେ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଚକାଡୋଳା ଦଳ ୯୨ ରନ୍ କରିଥିଲା। ଜବାବରେ ଟୁବେ ଦଳ ମାତ୍ର ୪୦ ରନ୍ କରିବାରୁ ତୁରଙ୍ଗ ଦଳ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ଉଠାଇଥିଲା। ଟୁବେ ଦଳ ରନର୍ସ ଅପ୍ ହୋଇଥିଲା।
ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଚକାଡୋଳା ଏକାଦଶ ତୁରଙ୍ଗ ଦଳର ନିଶାନ୍ ମ୍ୟାନ୍ ଅଫ୍ ଦି ସିରିଜ୍ ଓ ଫାଇନାଲ ମ୍ୟାଚ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ଉଦ୍ଘାଟକ ଭାବେ ହାଡିବନ୍ଧୁ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜ୍ୟୋତିରଞ୍ଜନ ଆଚାର୍ଯ୍ୟ ଦେବଶର୍ମା ଓ ଅମରେଶ ସ୍ୱାଇଁ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଶିବାନୀ, ଅମରେଶ, ଡିକି, ସ୍ୱାଗତ, ରାଜା, ପିନୁ, ଲିପୁ, ଆଶିଷ, ସଞ୍ଜୟ, ସଞ୍ଜୁ ଓ ସମଗ୍ର ଟିମ୍ ଆୟୋଜନ କରିଥିଲେ।