ଅନ୍ୟାନ୍ୟ

ଚକବନ୍ଦୀ ରେକର୍ଡ ଉଚ୍ଛେଦ ଦାବି: ଆସନ୍ତା ୨୫ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

By Angul TV Bureau

February 06, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟିର ସାଧାରଣ ସଭା ଶିକ୍ଷକପଡ଼ା ନବକୃଷ୍ଣ ଚୌଧୁରୀ ସ୍ମୃତିପାଠାଗାର ଠାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାରେ ଥିବା ଚକବନ୍ଦୀ ଅଧ୍ୟୁଷିତ ଗ୍ରାମ ଗୁଡିକରୁ ଏ ପର୍ଯ୍ୟନ୍ତ ସରକାର ଚକବନ୍ଦୀ ଉଚ୍ଛେଦ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସରକାର ଚକବନ୍ଦୀ ଉଚ୍ଛେଦ ସହିତ ଜମିର ମୂଲ୍ୟାୟନ ବୃଦ୍ଧି ନିମିତ୍ତ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ମତବ୍ୟକ୍ତ କରାଯାଇଥିଲା।

ଆସନ୍ତା ୨୫ରେ ଚାଷୀ ସୁରକ୍ଷା କମିଟି ବିଧାନସଭା ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାଧାରଣ ସଭାରେ ସଭାପତି ପ୍ରଦୀପ କୁମାର ପ୍ରଧାନ, ସମ୍ପାଦକ ହେମନ୍ତ କୁମାର ଦାସ, ଉପସଭାପତି ବ୍ରଜବନ୍ଧୁ ସାହୁ, ନବକିଶୋର ପ୍ରଧାନ, କାଳିଚରଣ ପ୍ରଧାନ, ସଞ୍ଜୟ ସାହୁ, ଅନନ୍ତ ଚରଣ ସାହୁ, ଉପେନ୍ଦ୍ର ସ୍ଵାଇଁ, ଲୋକନାଥ ପରିଡା, ଦ୍ଵାରୀ ପ୍ରଧାନ, ମହେନ୍ଦ୍ର ଗଡନାୟକ, ନୀଳମଣି ବେହେରା, ଭରତ ପ୍ରଧାନ, ପ୍ରଦୀପ ସାହୁ, ଅନିରୁଦ୍ଧ ଦେହୁରୀ, ବିଭୂତି ଗଡ଼ନାୟକ, ଭଜମନ ସାହୁ, କୁମର ସାହୁ, ଚନ୍ଦ୍ରଶେଖର ପାଣିଗ୍ରାହୀ, କେଶବ ପ୍ରଧାନ, ବର୍ଷବର୍ଦ୍ଧନ ସାହୁ, ଆଇନଜୀବୀ ତରୁଣ ଦେହୁରୀ, ଦେବରାଜ ଗଡ଼ନାୟକ, ଘନ ଗଡ଼ନାୟକ, ବସନ୍ତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।