ଘଟଣା ଓ ଦୁର୍ଘଟଣା

ଏନ୍‌ଏଚ୍‌ରେ ଚାନ୍ଦା ଆଦାୟ କରୁଥିବା ଯୁବକ ଗିରଫ

By Angul TV Bureau

February 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ରବିବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଚାନ୍ଦା ଆଦାୟ କରୁଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ, କାଣ୍ଡସର ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଟାଉନ୍ର ଶିକ୍ଷକପଡ଼ାରେ ରହୁଥିବା ଦିଗ୍ବିଜୟ ନାୟକ(୨୬) ନାମକ ଜଣେ ଯୁବକ ସେହି ରାସ୍ତା ଦେଇ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲବାହି ଗାଡ଼ିରୁ ଧମକ ଦେଇ ଚାନ୍ଦା ଆଦାୟ କରୁଥିଲେ। ସେହି ସମୟରେ କାଣ୍ଡସର ଗାଁର ରଞ୍ଜନ ସାହୁ ତାଙ୍କ ପିକ୍ଅପ୍ ଭ୍ୟାନ୍ ନେଇ ଯାଉଥିବା ବେଳେ ତାଙ୍କୁ ଅଟକାଇ ଚାନ୍ଦାମାଗି ପାଟିଗୋଳ କରିଥିଲେ। ରଞ୍ଜନ ସ୍ଥାନୀୟ ଲୋକ ହୋଇଥିବାରୁ ସଙ୍ଗେସଙ୍ଗେ ଥାନାକୁ ଫୋନ୍ରେ ଜଣାଇଥିଲେ। ଖବରପାଇ ପୁଲିସ ଦିଗ୍ବିଜୟଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।