ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଜେଡି ବ୍ୟାନରରେ ବଣ୍ଟା ଯାଉଥିବା ଏକ ଲିଫଲେଟ୍ ଏବେ କର୍ମୀ ଓ ଜନସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରେ ବିଜେଡି ବହୁ ଗୋଷ୍ଠୀରେ ବିଭକ୍ତ ଏକଥା ସମସ୍ତେ ଜାଣନ୍ତି। ଏହି ଗୋଷ୍ଠୀ କନ୍ଦଳ ଗତ ନିର୍ବାଚନ ସମୟରେ ଏଭଳି ତୀବ୍ର ହୋଇଥିଲା ଯାହା ରାଜ୍ୟ ମୁଣ୍ଡିଆଳଙ୍କ ହସ୍ତକ୍ଷେପ ପର୍ଯ୍ୟନ୍ତ କଥା ଯାଇଥିଲା ଆଜି ଦିନରେ ଅବସ୍ଥାରେ କିଛି ସୁଧାର ମଧ୍ୟ ଆସିନାହିଁ। ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା ୧୭ ତାରିଖରେ ବନ୍ତଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସମାରୋହରେ ଜିଲ୍ଲାର ବହୁ ବିଜେଡି ନେତାଙ୍କ ସମେତ ରାଜ୍ୟର ଅନେକ କର୍ମକର୍ତ୍ତା ଯୋଗଦେବେ। ବଣ୍ଟା ଯାଉଥିବା ଏହି ପ୍ରଚାର ପତ୍ର ବିଜୁ ଜନତା ଦଳ ବ୍ୟାନରରେ ହୋଇଥିବାବେଳେ ଏଥିରେ ଅନୁଗୁଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା,ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ, ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଅନେକଙ୍କୁ ଏଥିରୁ ବାଦ୍ କରାଯାଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ, ବରିଷ୍ଠ ବିଜେଡି ନେତା ଭକ୍ତି ଦାସ, ଶକ୍ତି ପଟ୍ଟନାୟକ, ପୌରାଧକ୍ଷା ଅକ୍ଷୟ ସାମନ୍ତ ପୂର୍ବତନ ସମିତି ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ନାମ ଏଥିରେ ନାହିଁ। ଏହି ପ୍ରସଙ୍ଗରେ ବିଜେଡି କର୍ମୀ ମାନେ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଏହି ମାନ ଅଭିମାନ କେଉଁ ଦିଗକୁ ଯିବ ତାହା ସମୟ କହିବା ।