ମୁଖ୍ୟ ଖବର

ଚକବନ୍ଦୀ ରେକର୍ଡ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଦାବି: ଚାଷୀ ସୁରକ୍ଷା କମିଟିର ବିକ୍ଷୋଭ ପ୍ରଦର୍ଶନ

By Angul TV Bureau

October 09, 2024

ଅନୁଗୁଳ: ଚକବନ୍ଦୀ ରେକର୍ଡ ଉଚ୍ଛେଦ ଓ ରେଳ ବିଭାଗ ଦ୍ୱାରା ଜମି ଅଧିଗ୍ରହଣ ଏବଂ ଚକଭୁକ୍ତ ମୌଜାର ଜମିର ମୂଲ୍ୟ ନିର୍ଦ୍ଧାରଣ କରି ତହସିଲର ସର୍ବାଧିକ ମୂଲ୍ୟରେ ବିକ୍ରୟ ଜମିକୁ ଆଧାର ଭାବରେ ଗ୍ରହଣ କରାଯାଇ କ୍ଷତିପୂରଣ ପ୍ରଦାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅନୁଗୁଳର ଚାଷୀ।

ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟି ନେତୃତ୍ୱରେ ମଙ୍ଗଳବାର ଏକ ହଜାରରୁ ଊର୍ଦ୍ଧ୍ଵ ଚାଷୀ ଓ ମହିଳା ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ପରେ ଚାଷୀ ସୁରକ୍ଷା କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ କମିଟିର ସଭ୍ୟ ବ୍ରଜବନ୍ଧୁ ସାହୁ, ଜଣାଶୁଣା କୃଷକ ନେତା ଏ.ଆଇ.କେ.କେ.ଏମ୍.ଏସ୍.ର ରାଜ୍ୟ ସମ୍ପାଦକ ରଘୁନାଥ ଦାଶ, ତରୁଣ ଦେହୁରୀ, ଦୁର୍ଗାଚରଣ ପ୍ରଧାନ, ଦିବାକର ମହାଳିକ, ହେମନ୍ତ ଦାସ ପ୍ରମୁଖ ଦାବି ପୂରଣ ପର୍ଯ୍ୟନ୍ତ ଐକ୍ୟବଦ୍ଧ ହୋଇ ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ପରେ ସଭାସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ପ୍ରଦିପ କୁମାର ପ୍ରଧାନଙ୍କ ନେତୃତ୍ୱରେ ହେମନ୍ତ କୁମାର ଦାସ, କାଳିଚରଣ ପ୍ରଧାନ, ରବିନ୍ଦ୍ର ସାହୁ, ଅଭୟ ଧର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଦ୍ୱାରୀ ପ୍ରଧାନ, ସତ୍ୟାନନ୍ଦ ସାହୁ, ବିଷ୍ଣଚରଣ ସାହୁ, ହର୍ଷବର୍ଦ୍ଧନ ସାହୁ, ଶାଶ୍ୱତୀ ନାଥ, ସୁନିଲ ସାମଲ, କୁମର ସାହୁ, ବ୍ରଜବନ୍ଧୁ ବିଶ୍ୱାଳ, ପ୍ରଶାନ୍ତ ମାଝୀ, ଅନନ୍ତ ଚରଣ ପ୍ରଧାନ, ଜିତେନ୍ଦ୍ର ଦେହୁରୀ, ସରପଞ୍ଚ ସତ୍ୟାନନ୍ଦ ସାହୁ, ଦୁର୍ଯ୍ୟୋଧନ କର, କୁଳମଣି ସାହୁ, ଛବି ପ୍ରଧାନ, କୃତାର୍ଥ ଗଡ଼ନାୟକ, ରବିନାରାୟଣ ଧର, ଉପେନ୍ଦ୍ର ସ୍ୱାଇଁ, ଚନ୍ଦ୍ରଶେଖର ପାଣିଗ୍ରାହୀ, ବୃନ୍ଦାବନ ପରିଡା, ବିଶ୍ୱଜିତ୍ ପ୍ରଧାନ, ନୀଳମଣି ବେହେରା, ପ୍ରଫୁଲ୍ଲ ଭୋଇ, ଗିରିଚନ୍ଦ୍ର ସ୍ୱାଇଁ, ମଧୁସୂଦନ ଗଡନାୟକ, ଭରତ ଭୂତିଆ, କାର୍ତ୍ତୀକେଶ୍ୱର ପ୍ରଧାନ, ବସନ୍ତ ସାହୁ, କମଳ ଲୋଚନ ରାଉତ, ନରେଶ ଚନ୍ଦ୍ର ଦେହୁରୀ, ଅଞ୍ଜନ ସାହୁ, ଅନିରୁଦ୍ଧ ବିଶ୍ୱାଳ, ପଦ୍ମଚରଣ ଦାସ, ବିନୋଦ ବିଶ୍ୱାଳ, ସୁବୋଧ ସିଂ ପ୍ରମୁଖ ବିକ୍ଷୋଭରେ ଉପସ୍ଥିତ ଥିଲେ।