ଅନୁଗୁଳ: ଅନୁଗୁଳ ଚାଷୀ ସୁରକ୍ଷା କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାରଠାରେ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରଥମେ ସ୍ଵାଗତ ଭାଷଣ ଦେଇଥିଲେ। ପରେ ଅନୁଗୁଳ ଜିଲ୍ଲାର ୯୨ଖଣ୍ଡ ଚକବନ୍ଦୀ ଅଧ୍ୟୁଷିତ ଗ୍ରାମଗୁଡିକରୁ ଚକବନ୍ଦୀ ଉଚ୍ଛେଦ ସମ୍ପର୍କରେ ସରକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।
ସରକାରଙ୍କ ଟାଳଟୁଳ ନୀତି ଲାଗି କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଥିଲେ। ବୈଠକରେ ୩ୟ ଓ ୪ର୍ଥ ରେଳପଥ ଜମି ଅଧଗ୍ରହଣକୁ ବିରୋଧ କରାଯାଇଥିଲା। ସରକାର ଉକ୍ତ ଅଞ୍ଚଳରେ ଜମିର ମାଲିକାନାସ୍ବତ୍ତ୍ଵ ଉପରେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନନେଇ ୪୩ବର୍ଷ ହେଲା ଝୁଲନ୍ତା ଅବସ୍ଥାରେ ରଖିଛନ୍ତି। ଜମିର କ୍ରୟ ବିକ୍ରୟ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି। ଏନେଇ ନିଷ୍ପତ୍ତି ପାଇଁ ଦାବି ହୋଇଥିଲା। ଏଥିସହ ଚାଷୀ ସୁରକ୍ଷା କମିଟି ଚକବନ୍ଦୀକୁ ଉଚ୍ଛେଦ ଦାବିରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଜନଜାଗରଣ ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଥିଲା।
ବୈଠକରେ ସମ୍ପାଦକ ହେମନ୍ତ କୁମାର ଦାସ, କାଳିଚରଣ ପ୍ରଧାନ, ଅନନ୍ତ ସାହୁ, ଅଭୟ ସାହୁ, ଯୁଗଳ ନାଥ, ରବୀନ୍ଦ୍ର ଧର, ଦୁର୍ଯ୍ୟୋଧନ କର, ଅର୍ଜୁନ ମାଝୀ, ହର୍ଷବର୍ଦ୍ଧନ ସାହୁ, ସର୍ବେଶ୍ଵର ବେହେରା, ବ୍ରଜବନ୍ଧୁ ସାହୁ, ରବି ସାହୁ,ବିଶ୍ଵଜିତ ପ୍ରଧାନ, ଭଜମନ ସାହୁ, ପ୍ରଦୀପ ନାଥ, ସ୍ଵାଗତିକା ନାଥ ଓ ହାଡ଼ିବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ।