ଘଟଣା ଓ ଦୁର୍ଘଟଣା

ବିଳମ୍ବିତ ରାତିରେ ଛାତରୁ ଖସି ଯୁବକ ମୃତ

By Biswaranjan Pattnaik

April 11, 2022

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାରେ ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ। ସେ ସ୍ଥାନୀୟ ସ୍କୁଲ ନିକଟ ଗୋକୁଳ ଚନ୍ଦ୍ର ସାହୁଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ। ସେ ତାଙ୍କ ଘରେ ରହୁଥିଲେ।

ସୂଚନା ମୁତାବକ, ରବିବାର ଗୁଳୁଗୁଳି ହେଉଥିବାରୁ ପ୍ରତାପ ରାତିରେ ଛାତ ଉପରେ ବୁଲୁଥିବାର ପଡ଼ୋଶୀ ଦେଖିଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ମୃତ ଦେହ ତଳେ ପଡ଼ିଥିଲା। ଏ ନେଇ ପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅସାବଧାନତା ଯୋଗୁଁ ସେ ଛାତ ଉପରୁ ଗଳି ପଡ଼ିଥିବା ନେଇ ସନ୍ଦେହ କରାଯାଉଛି। କିନ୍ତୁ କେହି ତାଙ୍କ ପାଟି ଶୁଣି ନଥିବାରୁ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।