କଳା ଓ ସଂସ୍କୃତି

ଛଟ ପୂଜା: ନାରଣ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ଅର୍ଘ୍ୟ ଦାନ

By Biswaranjan Pattnaik

October 30, 2022

ଅନୁଗୁଳ: ଛଟ ପୂଜା ଅବସରରେ ରବିବାର ଅନୁଗୁଳ ସାଗର କୂଳରେ ୨ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ବିଶେଷ କରି ଉତ୍ତର ପ୍ରଦେଶ,ବିହାର, ଝାରଖଣ୍ଡ ଅଞ୍ଚଳରୁ ଆସି ଏଠାରେ ଚାକିରୀ ଅବା ବ୍ୟବସାୟ କରୁଥିବା ଲୋକମାନେ ଏଥିରେ ସାମିଲ ହୋଇଥିଲେ ପରିବାରରର ମହିଳା ସଦସ୍ୟା ମାନେ ଉପବାସ ରହିବା ସହ ଜଳାଶୟରେ ସ୍ନାନାଦି ସାରି ଅସ୍ତଗାମୀ ସୂର୍ଯ୍ୟ ଓ ପରଦିନ ସକାଳେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ପ୍ରଦାନ କରନ୍ତି।

ଛଟ ପୂଜା ପାଇଁ ପରିଚାଳନା କମିଟି ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।