ମୁଖ୍ୟ ଖବର

ସହର ସାରା ଚର୍ଚ୍ଚା ଚୌକି ପାଇଁ ଚୌକି ଗଲା!

By Angul TV Bureau

July 21, 2023

ଅନୁଗୁଳ: ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଅତର୍କିତ ବଦଳି କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଆଜି ଅତର୍କିତ ଏହି ବଦଳି ଆଦେଶ ଜାରି କରିଛି। ଶ୍ରୀ ମଲ୍ଲିକଙ୍କ ଅନୁଗୁଳ କାର୍ଯ୍ୟକାଳ ସରି ସରି ଆସୁଥିଲା। କିନ୍ତୁ ଯେଭଳି ଢଙ୍ଗରେ ଏକକ ବଦଳି ଆଦେଶରେ ଅନୁଗୁଳରୁ ସ୍ଥାନାନ୍ତର କରାଗଲା ତାହାକୁ ନେଇ ସହର ସାରା ଗରମା ଗରମ ଚର୍ଚ୍ଚା ଲାଗି ରହିଛି। ଏଭଳି ବଦଳି ପଛର କାରଣ କଣ?

ଶ୍ରୀ ମଲ୍ଲିକ ଅନୁଗୁଳ ଅବସ୍ଥାନ ସମୟରେ ନିଜ କର୍ଯ୍ୟଶୈଳି ପାଇଁ ଚର୍ଚ୍ଚିତ ଥିଲେ। ସରକାରୀ ଯାଗାରେ ଘର କରିଥିବା ଲୋକଙ୍କ ଘରେ ବୁଲ୍ଡୋଜର ଲଗାଇ ଭାଙ୍ଗିବା,ଟ୍ରେଡ ଲାଇସେନ୍ସ ନ ଥିଲେ ମଲ ସିଲ୍ କରିବା ଆଦି କାର୍ଯ୍ୟ ନେଇ ସେ ଚର୍ଚ୍ଚିତ ହୋଇ ପଡ଼ିଥିଲେ। କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ ନିକଟରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଯୋଗୁଁ ତାଙ୍କର ଚୌକି ଚାଲିଗଲା ବୋଲି କୁହା ଯାଉଛି। ଭିଜିଲାନ୍ସ କମିଟି ମିଟିଂରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧିଙ୍କୁ ଚୌକି ଛାଡି ଚାଲି ଯିବାକୁ କହିବା ଗଣ ମାଧ୍ୟମରେ ବାହାରିବା ପରେ ରାଜ ନୈତିକ ମହଲରେ ବେଶ୍ ଆଲୋଡନ ସୃଷ୍ଟି କରିଥିଲା। ତେଣୁ ବିଜେଡିର ମୁଖିଆ ଏହାକୁ ଏକ ଆହ୍ବାନ ରୂପେ ନେଇଥିବା ଚର୍ଚ୍ଚା ହେଉଛି। ସରକାରୀ କର୍ମଚାରୀଙ୍କ ଦବଙ୍ଗ ଗିରିକୁ ସହରବାସୀ ହଜମ କରିପାରୁ ନ ଥିବା ବେଳେ ଏଭଳି ବଦଳି ଆଦେଶ ଅନେକଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି।ଲୋକେ କହିଛନ୍ତି ଚୌକି ପାଇଁ ଚୌକି ଗଲାକି??