ଅନୁଗୁଳ : ଅନୁଗୁଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହିନ୍ଦୋଳ ଅଞ୍ଚଳର ସହଦେବ ବେହେରା ବୋଲି ଜଣାପଡ଼ିଛି। ସେ ଗତ ପ୍ରାୟ ୧୦ ବର୍ଷ ହେବ ଅନୁଗୁଳ ବଣିଆବାହାଳରେ ରହି ରୋଷେୟା କାମ କରୁଥିଲେ।
ସୂଚନା ଅନୁସାରେ, ଆଜି ଶିକ୍ଷକପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ପମ୍ପାସର ନିକଟରେ ଥିବା ଏକ ଫାର୍ମ ହାଉସରେ ହେଉଥିଲା। ସହଦେବ ସେଠାକୁ ରୋଷେୟା ଭାବେ ଯାଇଥିଲେ। ଭୋଜି ପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ସେ ତାଙ୍କ ମୋଟର ସାଇକେଲରେ ଘରକୁ ଫେରୁଥିଲେ। କିନ୍ତୁ ନଳାଖୋଳ ନାଳ ନିକଟରେ ତାଙ୍କ ମୃତ ଦେହ ମିଳିଛି। ଏଣୁ ସେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି।