ମୁଖ୍ୟ ଖବର

ତହସିଲଦାରଙ୍କୁ ଭେଟିଲେ ଛେଳିଆପଡ଼ା ଗ୍ରାମବାସୀ

By Angul TV Bureau

July 07, 2022

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଛେଳିଆପଡା ଗ୍ରାମବାସୀ ଗୁରୁବାର ଅନୁଗୁଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛେଳିଆପଡା ଗ୍ରାମର ଗୋଚର ଜମିକୁ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରିଥିବା ଅଭିଯୋଗରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଅନୁଗୁଳ ତହସିଲ କାର୍ଯ୍ଯାଳୟଙ୍କୁ ଆସି ତହସିଲଦାରଙ୍କୁ ଏ ବିଷୟରେ ଅଭିଯୋଗ କରିଛନ୍ତି। ସୁଚନା ଯେ, ଛେଳିଆପଡା ଗ୍ରାମର ହାଇସ୍କୁଲ୍ ନିକଟରେ ଥିବା ଗୋଚର ଜମି ଯାହାର ଖାତା ନମ୍ଵର୍ ୬୩୮/୧୫୦୨ ଓ ୬୩୮/୧୭୭୮କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓଡିଶା କୃଷି ଶିଳ୍ପ ନିଗମକୁ ଗ୍ରାମବାସୀଙ୍କ ଅଜାଣତରେ ଦିଆଯାଇଛି। ତେଣୁ ଗ୍ରାମବାସୀଙ୍କ ଅଜାଣତରେ ଏହି ଗୋଚର ଜମିକୁ କିପରି ଅନ୍ୟ ସଂସ୍ଥା ହାତକୁ ଟେକି ଦିଆଯାଇଛି ତାହା ଏବେ ସନ୍ଦେହ ଘେରରେ ରହିଛି। ତୁରନ୍ତ ଉକ୍ତ ଜାଗାକୁ ଗ୍ରାମବାସୀଙ୍କୁ ପୁନଃ ହସ୍ତାନ୍ତର କରିବା ପାଇଁ ଛେଳିଆପଡା ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି।