ମୁଖ୍ୟ ଖବର

ଓକିଲଙ୍କୁ ମାଡ଼ ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇଲେ ଛେଣ୍ଡିପଦା ଓକିଲ ସଂଘ

By Sanjeeb Biswal

November 22, 2024

ଅନୁଗୁଳ: ପାରଳାଖେମୁଣ୍ଡି ଓକିଲଙ୍କୁ ଏସିଡ୍ ମାଡ଼ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓକିଲ ସଂଘ ସଦସ୍ୟ କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଗତ ୯ ତାରିଖ ଅପରାହ୍ନରେ ପାରଳାଖେମୁଣ୍ଡିର ବରିଷ୍ଠ ଓକିଲଙ୍କୁ ଘରେ ପଶି ଏସିଡ ମାଡ଼ କରାଯାଇଥିଲା। ଏହାର ପ୍ରତିବାଦରେ ଛେଣ୍ଡିପଦା ଓକିଲ ସଂଘ ସଭାପତି ନଗେନ ନନ୍ଦଙ୍କ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ କଳା ବ୍ୟାଚ୍ ପରିଧାନ କରିବା ସହିତ ଅଭିଯୁକ୍ତ ତୁରନ୍ତ ଗିରଫ ଓ ଓକିଲ ସୁରକ୍ଷା ଆଇନ ଦାବି କରିଛନ୍ତି। ଏ ଅବସରରେ ଓକିଲ ସଂଘର ସଦସ୍ୟ ଛେଣ୍ଡିପଦା ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ଛେଣ୍ଡିପଦା ବଜାର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିଲେ। ବଜାର ପରିକ୍ରମା ପରେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଆକ୍ରମଣକୁ ନେଇ ବିଧାୟକ ଅଗସ୍ତି ବେହେରା ଦୁଃଖ ପ୍ରକାଶ କରିବା ସହିତ ଏନେଇ ଆଇନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ବିଧାନସଭାରେ ଉପସ୍ଥାପନା କରିବେ ବୋଲି ଛେଣ୍ଡିପଦା ବିଧାୟକ ଶ୍ରୀ ବେହେରା କହିଛନ୍ତି। ଏହି ପ୍ରତିବାଦ ଶୋଭାଯାତ୍ରାରେ ଓକିଲ ସଙ୍ଘର ସମ୍ପାଦକ ଶରତ ପ୍ରଧାନ, ସଂଘର ସହ ସମ୍ପାଦକ ସଞ୍ଜୟ କୁମାର ବେହେରା, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିଦ୍ୟାଧର ବେହେରା, ସୁଶିଳ କୁମାର ପ୍ରଧାନ, ଯତୀନ୍ଦ୍ର କୁମାର କର, ବୁଦ୍ଧଦେବ ବେହେରା, ବିଭୂତି ଭୂଷଣ ମହାପାତ୍ର, ଶିଶିର ବେହେରା, ଗୋବିନ୍ଦ ଚନ୍ଦ୍ର ସାହୁ, ଅଜୟ କୁମାର ବେହେରା, ଚିତ୍ତରଞ୍ଜନ ସାହୁ, ଗଣେଶ୍ୱର ଭୂତିଆ, ନକୁଳ ମାଝୀ, ଦୁଷ୍ମନ୍ତ କରଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।