ମୁଖ୍ୟ ଖବର

ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ଦୁର୍ଯ୍ୟୋଧନ ମାଝୀ, ସମ୍ପାଦକ ହେଲେ ଅଶୋକ କୁମାର ଦ୍ବିବେଦୀ

By Angul TV Bureau

March 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଓକିଲ ସଂଘ ନିର୍ବାଚନ ଆୟୋଜିତ ହୋଇଛି।

ଚଳିତ ବର୍ଷ ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ନଗେନ ନନ୍ଦଙ୍କ ଠାରୁ ୨ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ବିଜୟ କୁମାର ବେହେରା ନିକଟତମ ପ୍ରତିଦ୍ବନ୍ଦ୍ୱୀ ପ୍ରଶାନ୍ତ କୁମାର ସାହୁଙ୍କ ଠାରୁ ୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ଦ୍ବିବେଦୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ସଞ୍ଜୟ କୁମାର ବେହେରାଙ୍କ ଠାରୁ ୨ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସହ ସମ୍ପାଦକ ଭାବେ ବିଦ୍ୟାଧର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ଦୀପକ କୁମାର ମାଝୀଙ୍କ ଠାରୁ ୬ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ସାଂସ୍କୃତିକ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ କେହି ନାମାଙ୍କନ ଭରି ନାହାନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ, ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ବେହେରା ଓ ଅଜୟ ବେହେରା ନିର୍ବାଚନ ପରିଚାଳନା କରିଥିଲେ। ଛେଣ୍ଡିପଦା ଓକିଲ ସଙ୍ଘର ୫୦ଜଣ ପ୍ରାର୍ଥୀ ମତଦାନ କରିଥିବା ବେଳେ ଉପସଭାପତି ପଦବୀରେ ଗୋଟିଏ ଭୋଟ ନାକଚ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଭୀମାକାନ୍ତ ଗଡ଼ନାୟକ ସୂଚନା ଦେଇଛନ୍ତି।