ମୁଖ୍ୟ ଖବର

ଛେଣ୍ଡିପଦାକୁ ସବଡିଭିଜନ ମାନ୍ୟତା ଓ ବାଇପାସ ରାସ୍ତା ନିର୍ମାଣ ଦାବି, ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

By Sanjeeb Biswal

January 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସବ୍‌ଡିଭିଜନ ମାନ୍ୟତା ଓ ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବୁଧବାର ଛେଣ୍ଡିପଦା ଯୁବମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ପ୍ରଥମ ଦାବି ହେଉଛି ଛେଣ୍ଡିପଦା ବ୍ଲକକୁ ସବଡିଭିଜନ ଘୋଷଣା ଓ ଦ୍ୱିତୀୟ ଦାବି ହେଉଛି ଛେଣ୍ଡିପଦାର ଜଗନ୍ନାଥ ମନ୍ଦିର ପୂର୍ବରୁ କୋଇଲା ଖଣି ଠାରୁ ମାମୁରିଆସାହି ଶେଷ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ। ଦାବି ପତ୍ରକୁ ଯୁବମଞ୍ଚ ସଭାପତି ଦୀପକ କୁମାର ପ୍ରଧାନ, ସମ୍ପାଦକ ହିମାଂଶୁ ଶେଖର ବେହେରା, ସୁଜିତ କୁମାର ପ୍ରଧାନ, ପରାମର୍ଶଦାତା ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନ, ରବିନ୍ଦ୍ର ବେହେରା, ସରୋଜ ଦେହୁରୀ, ଜଗଦୀଶ ସାହୁ, ଜୟନ୍ତ ସାହୁ, ଦିବ୍ୟରଞ୍ଜନ ପରିଡ଼ା, ଲିପୁନ ବେହେରା, ତ୍ରିବେଣି ସାହୁ ପ୍ରମୁଖ ପ୍ରଦାନ କରିଛନ୍ତି।