ଘଟଣା ଓ ଦୁର୍ଘଟଣା

ଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ

By Angul TV Bureau

March 02, 2025

ଅନୁଗୁଳ: ବାହାଘରର ୨ ବର୍ଷ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା। ଏନେଇ ସ୍ୱାମୀ ନାଁରେ ଜରପଡ଼ା ଥାନାରେ ଅଭିଯୋଗ କରିଛି ନିଜେ ପୀଡ଼ିତା ସ୍ତ୍ରୀ।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ପ୍ରିୟତମା ସାହୁ ୩ ବର୍ଷ ତଳେ ଗାଁ ମନ୍ଦିରରେ ସେହି ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ଦ୍ୱାରି ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ୨ବର୍ଷର ପୁଅ ମଧ୍ୟ ଅଛି।

ତେବେ ବିବାହର କିଛି ଦିନ ଭଲ ଚଳିବା ପରେ ପ୍ରିୟତମାଙ୍କ ସ୍ୱାମୀ ଦ୍ୱାରୁ ସାହୁ ସ୍ତ୍ରୀଙ୍କୁ ବାପା ଘରୁ ୧ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଦାବି କରିଥିଲେ। ପ୍ରିୟତମା ମନା କରିବାରୁ ସେହି ଦିନ ଠାରୁ ସେ ରାଗ ରଖି ଗାଳି ଗୁଲଜ ଓ ମାଡ଼ ପିଟ କରିଥାନ୍ତି। ଫେବ୍ରୁଆରୀ ୧୯ ତାରିଖରେ ମଧ୍ୟ ସେ ପ୍ରିୟତମାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ପିଟ କରିଥିଲେ। ଏଣୁ ପ୍ରିୟତମା ବାପା ଘରକୁ ପଳାଇଥିଲେ। ତଥାପି ସେ ଶ୍ୱଶୁର ଘରକୁ ଆସି ବିଭିନ୍ନ ଧମକ ଚମକ ଦେଇଥିଲେ। ଏ ନେଇ ପ୍ରିୟତମା ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜରପଡା ପୋଲିସ କେସ ନଂ ୮୨/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।