ଘଟଣା ଓ ଦୁର୍ଘଟଣା

ଗୋଚାଲାଣ ଅଭିଯୋଗ, ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଛେଣ୍ଡିପଦା ପୋଲିସ

By Angul TV Bureau

July 10, 2025

ଅନୁଗୁଳ: ଗୋଚାଲାଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ମାନେ ହେଲେ କୋଶଳା ଚନ୍ଦନନଗର ଗ୍ରାମର ଦେବରାଜ ବେହେରା ଓ କୋଶଳା ତଳସାହିରେ ପ୍ରଶାନ୍ତ ବେହେରା।

ସୂଚନା ଅନୁଯାୟୀ, ଅନୁଗୁଳ ରାଷ୍ଟ୍ରୀୟ ବଜରଙ୍ଗୀ ଦଳ ୨୦୨୪ ଅକ୍ଟୋବର ୨ ତାରିଖ ଦିନ ୬ରୁ ୭ ଜଣ ବ୍ୟକ୍ତି ଅନୁଗୁଳରୁ କୋଶଳା ଆଡକୁ ଗୋରୁଙ୍କୁ ଖାଇବାକୁ ନଦେଇ ଚଲାଇ ଚଲାଇ ଆଣୁଥିବା ବେଳେ ଅଟକାଇଥିଲେ। ବଜରଙ୍ଗୀ ଦଳକୁ ଦେଖି ଗୋଚାଲାଣକାରୀ ଫେରାର ହୋଇ ଯାଇଥିଲେ। ବଜରଙ୍ଗୀ ଦଳ ୧୦ ଟି ଗୋରୁକୁ ଉଦ୍ଧାର କରିବା ସହ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି କୋଶଳା ଚନ୍ଦନନଗର ଗ୍ରାମର ଦେବରାଜ ବେହେରା ଓ କୋଶଳା ତଳସାହିରେ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।