ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଜଣେ ମୁକ ବଧିର ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ଗର୍ଭବତୀ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧ ଏକୁଟିଆ ପାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୮ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଘଟଣା ଜାଣି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାମଲା ନଂ ୪୪୪/୨୫ ରୁଜୁ କରି ଛାନଭିନ୍ ଜାରି ରହିଛି। ଯୁବତୀଙ୍କ ମୁକ ବଧିର ହେବା କାରଣରୁ ଏକ୍ସପର୍ଟଙ୍କ ସାହାଯ୍ୟରେ ତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ ଚାଲିଛି।