ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ରାଜ୍ୟ ରାଜପଥରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ କମେଣ୍ଟ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଅଭିଯୋଗରେ ଷଣ୍ଢପାଳ ଗାଁର ରାହୁଲ ନାଏକକୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ଯୁବତୀ ଜଣକ ଏକ ସ୍କୁଟିରେ ଯାଉଥିବା ବେଳେ ରାହୁଲ ତାଙ୍କୁ ପିଛା କରି ଅଶୋଭନୀୟ ମନ୍ତବ୍ୟ କରିଥିଲେ। ଜଣେ ପୋଲିସ କନଷ୍ଟେବଳ ବାରଣ କରିବା ସତ୍ତ୍ୱେ ରାହୁଲ ତାଙ୍କୁ ଧମକ ଦେଇ ସାଙ୍ଗମାନଙ୍କୁ ଡାକିଥିଲେ ଓ ଖୋଲା ଚ୍ୟାଲେଞ୍ଜ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଛି।