ମୁଖ୍ୟ ଖବର

ଛେଣ୍ଡିପଦା ସ୍ଥିତି ସଙ୍ଗିନ୍

By Sanjeeb Biswal

April 28, 2021

ଅନୁଗୁଳ: କରୋନା ଦ୍ବିତୀୟ ଲହର ଛେଣ୍ଡିପଦା ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ତତ୍ପରତା ଦେଖାଇଥିଲେ, ଦ୍ବିତୀୟ ପର୍ଯ୍ୟାୟରେ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସୁଥିଲାବେଳେ ଗତ ୩ଦିନରେ ୨୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡଙ୍ଗାପାଳ, ବାଗେଡ଼ିଆ, ନିଶା ଶିଳ୍ପାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହାଟ, ବଜାର, ଭୋଜିରେ ଆବଶ୍ୟକ କଟକଣା ରହୁନି। ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଆଦର୍ଶ ବିଦ୍ୟାଳୟ, କୋଶଳା ମହାବିଦ୍ୟାଳୟ, ଜରପଡା ପତିତପାବନ ମହାବିଦ୍ୟାଳୟ, ବାଗେଡ଼ିଆ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ଦୁଇଦିନ ମଧ୍ୟରେ ସଂଗରୋଧ କେନ୍ଦ୍ର ଖୋଲାଯିବା ବ୍ୟବସ୍ଥା କରୁଛନ୍ତି। ଅନ୍ୟପକ୍ଷରେ କୋଶଳା, ବାଗେଡିଆ ଓ ଛେଣ୍ଡିପଦା ଅଞ୍ଚଳରେ ଆସନ୍ତାକାଲିଠାରୁ ରାତି କର୍ଫ୍ୟୁ କଟକଣାକୁ ଆହୁରି କଠୋର କରାଯାଇଛି। ଏହି ସବୁ ସ୍ଥାନରେ କଟକଣା ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବା ସେହିପରି ଡଙ୍ଗାପାଳ ଗାଁରେ ସଂକ୍ରମଣ ବଢୁଥିବାରୁ ଏହି ଗାଁକୁ କଣ୍ଟେନମେଣ୍ଟ କରାଯାଇଛି।