ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଚାଲିଥିବା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ପ୍ରତିଯୋଗିତାର ସପ୍ତମ ଦିବସ ବାଳକ ବିଭାଗ ପ୍ରଥମ ମ୍ୟାଚ୍ ରେ ଜୟମଲ୍ଲ ଅଷ୍ଟକୀଳାକୁ ୧-୦ ଗୋଲରେ ପରାସ୍ତ କରିଥିଲା। ସେହିଭଳି ଅପରାହ୍ନରେ ଦ୍ୱିତୀୟ ମ୍ୟାଚ୍ ରେ ତାଳଚେର ବନ୍ତଳାକୁ ୩-୦ ଗୋଲରେ ପରାସ୍ତ କରିଥିଲା।
କବାଡି ବାଳିକା ବିଭାଗରେ ଅନୁଗୁଳ ବଅଁରପାଳକୁ ୨୮-୧୩ ପଏଣ୍ଟ ଯୋଗେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ଆଜିର ଖେଳରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,କ୍ରୀଡା ସଂସଦ ସଦସ୍ୟ ରୁଚିର ଦାସ,ବସନ୍ତ କୁମାର ଦାସ,ବରିଷ୍ଠ ଆଥଲେଟ୍ ନୀଳମଣି ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।