ମୁଖ୍ୟ ଖବର

ଜିଲ୍ଲାର ୩ ପୁଲିସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ୍

By Angul TV Bureau

September 02, 2021

ଅନୁଗୁଳ: ଓଡ଼ିଶା ସରକାରଙ୍କ ୫-ଟି ଅଧୀନରେ ତଦନ୍ତରେ ଉତ୍କର୍ଷତା ପାଇଁ ରାଜ୍ୟର ୬୪ ଜଣ ପୁଲିସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ୍‌ରେ ସମ୍ମାନିତ କରାଯିବ। ଏନେଇ ମଙ୍ଗଳବାର ଘୋଷଣା ହୋଇଥିବା ବେଳେ ତାଲିକାରେ ଅନୁଗୁଳର ୩ ଜଣ ପୁଲିସ୍ ଅଧିକାରୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ସତ୍ୟବ୍ରତ ରାଉତ, ଇନ୍ସିପେକ୍ଟର କନକ କୁମାର ମାଝି ଓ ସବ୍ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମାଝି । ଇନ୍ସିପେକ୍ଟର ସତ୍ରବତ ରାଉତ ଏବେ ତାଳଚେର ଥାନା ଅଧିକାରୀ ଥିବା ବେଳେ ସବ୍ ଇନ୍ସିପେକ୍ଟର ପ୍ରକାଶ ମାଝି ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଅଛନ୍ତି। ସେହିପରି ପୂର୍ବରୁ ଛେଣ୍ଡିପଦା ଥାନା, ବଅଁରପାଳ ଥାନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କନକ କୁମାର ମାଝି ଏବେ ଦେବଗଡ଼ ଜିଲ୍ଲାର ବାରକୋଟ୍ ଥାନା ଅଧିକାରୀ ଅଛନ୍ତି।