ଅନ୍ୟାନ୍ୟ

ମହାମାରୀରେ ଶବ ସଂସ୍କାର, ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଟୁଇଟ୍

By Sanjeeb Biswal

June 06, 2021

ଅନୁଗୁଳ:ସଂପ୍ରତି କରୋନା ସମୟରେ ଖବର ପାଇ ଚିନ୍ମୟୀ ନିଜର ଉଲ୍ଲେଖନୀୟ ସମାଜସେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛେଣ୍ଡିପଦା ବ୍ଲକ୍ ଜରପଡ଼ାରେ ରହୁଛନ୍ତି ଚିନ୍ମୟୀ ଦାସ। ସଂକ୍ରମଣ ଭୟରେ କେତେକ ସ୍ଥାନରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ନିକଟକୁ ବନ୍ଧୁକୁଟୁମ୍ବ, ଗ୍ରାମବାସୀ ଯାଇନଥିଲେ ସେଠାରେ ପହଞ୍ଚି ଶବ ସଂସ୍କାର କରିଛନ୍ତି ଚିନ୍ମୟୀ। ମାଗଣା ଶବ ଦାହ କରିବେ ବୋଲି ସେ ଗଣମାଧ୍ୟମରେ ନିଜ ଫୋନ୍ ନମ୍ବର ଛାଡ଼ିଥିଲେ। ଚିନ୍ମୟୀଙ୍କର ଏହିଭଳି ମହାନସେବା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଟୁଇଟ କରିଛନ୍ତି I ଚିନ୍ମୟୀଙ୍କୁ ପ୍ରଶଂସା କରି ସାଧୁବାଦ ଜଣାଇବା ସହିତ ତାଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶଂସାରେ ଚିନ୍ମୟୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଆଗାମୀ ଦିନରେ ସମାଜ ସେବା ଜାରିରଖିବେ ବୋଲି ସେ କହିଛନ୍ତି।