ମୁଖ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କର ସମ୍ବଲପୁର ଗସ୍ତ: କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲିଥିବା ଚାରି ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

By Angul TV Bureau

January 12, 2023

ଅନୁଗୁଳ: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସଚିବ ଆଜି କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ। ସେ ଅନୁଗୁଳ ସର୍କିଟ ହାଉସ୍‌ରେ ପହଞ୍ଚି ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ରାସ୍ତା ନିର୍ମାଣ ନେଇ ଆଲୋଚନା କରିଥିଲେ।

ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ.ସୁରେଶ ଚନ୍ଦ୍ର ଦଳେଇ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଅନୁଗୁଳର ଭୂ ଅର୍ଜନ ଅଧିକାରୀ ମନିଷା ଗୁପ୍ତା, ଢେଙ୍କାନାଳର ଭୂ ଅର୍ଜନ ଅଧିକାରୀ ଅନୁପମା ମୁର୍ମୁ, ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।