ଘଟଣା ଓ ଦୁର୍ଘଟଣା

ଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

By Angul TV Bureau

December 03, 2024

ଅନୁଗୁଳ: ଖେଳୁଥିବା ସମୟରେ ଖୋଲା କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର କାଳନ୍ଦୀ ସାହୁଙ୍କ ଦେଢ଼ ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ସୂଚନା ମୁତାବକ, ଦିବ୍ୟରଞ୍ଜନ ଘର ପଛ ପାଖ ବାଡ଼ିରେ ଆଈଙ୍କ ସହିତ ଖେଳୁଥିବା ବେଳେ ଘର ନିକଟରେ ଥିବା ଖୋଲା କୂଅରେ ପଡ଼ିଯାଇଥିଲା। ନାତି କୂଅରେ ପଡ଼ିଯିବା ଦେଖି ଆଈ ପାଟି କରିବାରୁ ପରିବାର ଲୋକେ ଦୌଡ଼ି ଆସି ଦିବ୍ୟରଞ୍ଜନଙ୍କୁ କୂଅରୁ ଉଦ୍ଧାର କରିଥିଲେ। ଶିଶୁକୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିବ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଜରପଡ଼ା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଆଣିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନଭିନ ଚଳାଇଛି।