ଘଟଣା ଓ ଦୁର୍ଘଟଣା

ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

By Sanjeeb Biswal

April 23, 2021

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର ମାହାରସାହିର ବାବୁଲି ମାହାରଙ୍କ ୩ ବର୍ଷର ଝିଅ ଲକ୍ଷ୍ମୀ ମାହାର ସାଙ୍ଗମାନଙ୍କ ସହିତ ଦିନ ୧୨ଟା ବେଳେ ଦରଗାଡ଼ି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଶିଶୁଟି ଗଭୀର ପାଣିରେ ବୁଡ଼ି ଯାଇଥିଲା। ଲକ୍ଷ୍ମୀ ବୁଡ଼ି ଯାଉଥିବାର ଦେଖ୍ ସାଙ୍ଗସାଥୀମାନେ ତୁରନ୍ତ ପାଟି କରିଥିଲେ। ପାଖରେ ଥିବା ଲୋକମାନେ ତୁରନ୍ତ ଲକ୍ଷ୍ମୀକୁ ପାଣିରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଲକ୍ଷ୍ମୀକୁ ମୃତ ଘୋଷଣା କରିଥିଲେ । ଛେଣ୍ଡିପଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଲକ୍ଷ୍ମୀର ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।