ଅନ୍ୟାନ୍ୟ

ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ: ପିଲାଙ୍କୁ ନ କାମ କରାଇବାକୁ ସଚେତନ କଲେ ଜିଲ୍ଲାଧିକାରୀ

By Angul TV Bureau

June 12, 2022

ଅନୁଗୁଳ: ଶ୍ରମ ବିଭାଗ ପକ୍ଷରୁ ୧୫ ଦିନ ବ୍ୟାପୀ ଜାରିଥିବା ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଅବସରରେ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ ସମ୍ପର୍କରେ ସଚେତନ କରିଥିଲେ। ସେହିପରି ଜିଲ୍ଲା ଶ୍ରମ ଅଧିକାରୀ ଇତିଶ୍ରୀ ଗାଗରାଇ ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଆଇନ ସମ୍ପର୍କରେ ସଚେତନ କରିଥିଲେ।

ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଟ୍ରେଡ଼ ୟୁନିଅନ, ଅନୁଗୁଳ ଜିଲ୍ଲା ହିନ୍ଦ ମଜଦୁର ସଭାର ସଭାପତି ତ୍ରିଲୋଚନ ପ୍ରଧାନ, ଚାଇଲଡ ଲାଇନ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ତାଳଚେର ଜିଲ୍ଲା ଶ୍ରମ ଅଧିକାରୀ ସୁବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।