ମୁଖ୍ୟ ଖବର

ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

By Angul TV Bureau

September 02, 2024

ଅନୁଗୁଳ: ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ତାଳଚେର ଥର୍ମାଲ୍ ଡି.ଏ.ଭି ସ୍କୁଲ ତରଫରୁ ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଗୋପିନାଥ ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରୋଗ୍ରାମ୍ ଅଫିସର ମମତାରାଣୀ ବିଶିମାଝୀ ସୁରକ୍ଷିତ ଶୈଶବ, ଭୟ, ସଙ୍କୋଚ ବଡ଼ମାନଙ୍କ ଦ୍ଵାରା ଅବିଶ୍ବାସ ଆଦି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ଅନୁଷ୍ଠାନର ସମ୍ପାଦକ ବୁଦ୍ଧଦେବ ଦାସ ଯୋଗଦାନ କରି ପ୍ରତିକାର ଓ ସଚେତନତା, ଆଇନଗତ ବ୍ୟବସ୍ଥା ଏବଂ ଶିଶୁ ଅଧିକାର ଅଧିନିୟମ-୨୦୧୨ ସହିତ ଉପାଦେୟତା ତଥା ପରିବେଶ ଅନୁକୂଳ ସ୍କୁଲ ସୃଷ୍ଟି ଉପରେ ମତାମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ୍ତl ବିରୁବର୍ମା, ହାଇସ୍କୁଲ ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ, ଅନୁଷ୍ଠାନର ମହାଦେବ ଦାସ, ସ୍କୁଲର କର୍ମକର୍ତ୍ତା ସଂଘମିତ୍ରା ମିଶ୍ର, କଲ୍ୟାଣୀ ସାହୁ, ଅନୁପମା ପତ୍ରୀ, ସୁଜାତା ମହାପାତ୍ର ଏବଂ ପିତାମ୍ବର ବରାଳ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।