ଅନ୍ୟାନ୍ୟ

ଶିଶୁ ଯୌନ ଶୋଷଣ ରକ୍ଷା ଆଇନ ଓ କ୍ଷତିପୂରଣ ସଚେତନତା କାର୍ଯ୍ୟକ୍ରମ

By Angul TV Bureau

September 24, 2025

ଅନୁଗୁଳ: ମଙ୍ଗଳବାର ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଠମଲ୍ଲିକ ମହାବିଦ୍ୟାଳୟରେ ଶିଶୁ ଯୌନ ଶୋଷଣ ରକ୍ଷା (ପୋକ୍ସୋ) ଆଇନ ଓ ଶୋଷଣ କ୍ଷତିପୂରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରଞ୍ଜନ କୁମାର ସୁତାର, ସବଜଜ ଲିଙ୍କି ପ୍ରିୟା ସାହୁ, ଏସଡିଜେଏମ ସିଙ୍କୁନ ରାୟ, ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅସିତ ରଞ୍ଜନ ଦେଓ, ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ କ୍ରିମିନାଲ କୋର୍ଟ ବାର ସଭାପତି ଅଞ୍ଜନ କୁମାର ପ୍ରଧାନ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ରଞ୍ଜନ କୁମାର ସୁତାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପୋକ୍ସୋ ଆଇନ ଓ ଶିକାର କ୍ଷତିପୂରଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ୧୮ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଯୌନ ଶୋଷଣ ମାମଲାରେ ଆଇନଗତ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ନିଜ ମତ ରଖିଥିଲେ। ଅଧ୍ୟାପକ ଅମ୍ବରୀଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ସହ ତାଲୁକ ଆଇନ ସେବା କମିଟି ସଂଯୋଜକ ଅମିତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।