ଅନ୍ୟାନ୍ୟ

ଆଦୃତ ଶିଶୁ ଗୃହଠାରେ ଶିଶୁଙ୍କ ପାଇଁ କାର୍ଣ୍ଣିଭାଲ୍ ଆୟୋଜିତ, ଭରପୂର ମଜା ନେଲେ କୁନି କୁନି ପିଲା

By Swagatika Samantray

June 12, 2023

ଅନୁଗୁଳ: ଅନୁଗୁଳ ନିୟୁ ଲେଡିଜ୍ କ୍ଲବ୍ ତରଫରୁ ସୋମବାର ଆଦୃତ ଶିଶୁ ଗୃହଠାରେ ଶିଶୁଙ୍କ ପାଇଁ ଏକ କାର୍ଣ୍ଣିଭାଲ୍ ଆୟୋଜିତ ହୋଇଛି। ଏହି ଶିଶୁ ମେଳାକୁ ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ସାହୁ ଉଦଘାଟନ କରିଥିଲେ। ନିଉ କାର୍ଣ୍ଣିଭାଲର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ମ୍ଯାଜିକ୍ ସୋ’ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଲାମାନେ ସ୍ୱାଦିଷ୍ଟ ଖାଇବାର ମଜା ନେବା ସହ ସେଲଫି ଉଠାଇଥିଲେ।