ଅନ୍ୟାନ୍ୟ

ସମର୍ପଣ ଏକାଡେମୀର ତିନିଟି କ୍ୟାମ୍ପସ୍‌ରେ ଶିଶୁ ଦିବସ

By Angul TV Bureau

November 16, 2026

ଅନୁଗୋଳ : ସମର୍ପଣ ଏକାଡେମୀର ଅମଲାପଡ଼ା, ପ୍ରଗତିନଗର ଓ ମାଟିଆସାହିସ୍ଥିତ ତିନିଟି କ୍ୟାମ୍ପସ୍‌ରେ ଆନନ୍ଦ ଉଲ୍ଲାସର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷା ବୈଷ୍ଣବୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ସେ ନେହରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ସେହିପରି ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ ଶିଶୁମାନଙ୍କ ପ୍ରତି ନେହରୁଙ୍କ ସ୍ନେହ ଓ ଭଲପାଇବା ସମ୍ପର୍କରେ ଆଲୋକପାତ କରିବା ସହ ମନ ଦେଇ ପାଠ ପଢ଼ି ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ କେକ୍ କଟାଯାଇ ଶିଶୁ ଦିବସ ପାଳନ କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଉତ୍ସବରେ ଅନୁଷ୍ଠାନର ସହ ପରିଚାଳନା ନିର୍ଦ୍ଦେଶକ ପାର୍ଥସାରଥୀ ରାଉତଙ୍କ ସମେତ କୋର୍ଡିନେଟର ଭବାନୀ ଶଙ୍କର ସାହୁ, ବୀରେନ୍ ପ୍ରଧାନ, ନୀତିଶ ଚନ୍ଦ୍ର ବେହେରା, ଉତ୍କଳ ରଞ୍ଜନ ବିଶ୍ୱାଳ, ଲୁଲୁ ସେଠୀ, ଲୋପାମୁଦ୍ରା ଦାସ, ଆକାଶ ପ୍ରଧାନ, ସାଗର ସାହୁ, ନଭଶ୍ଚୁମ୍ବିତା ଦାସ, ସଂଘମିତ୍ରା ନାଥ, ଯାତ ପଦ୍ମିନୀ ଷଡ଼ଙ୍ଗୀ, ସଞ୍ଜୁକ୍ତା ଗାଙ୍ଗୁଲି, ଜିତେନ୍ଦ୍ର ଖଟୁଆ, ମହେଶ ସାହୁ ଓ ନିକିତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।