ଅନ୍ୟାନ୍ୟ

ସମର୍ପଣ ଏକାଡେମୀରେ ଶିଶୁ ଦିବସ, ଦଶମ-ଦ୍ବାଦଶ ଟପ୍ପରଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା

By Angul TV Bureau

November 15, 2022

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ସୋମବାର ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ବୈଷ୍ଣବୀ ଦେଓ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଚାଚା ନେହରୁଙ୍କ ଜୀବନୀ ଓ ଆଦର୍ଶ ଉପରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ ଦିବସର ଉଦ୍ଦେଶ୍ୟ କହିବା ସହ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଅନୁଷ୍ଠାନର ଯେଉଁ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ଟି ସ୍ଥାନରେ ରହିବେ ସେମାନଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶକ ଘୋଷଣା କରିଥିଲେ।

ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ପାର୍ଥସାରଥୀ ରାଉତ, ଭବାନୀ ଶଙ୍କର ସାହୁ, ଶୁଭଙ୍କର ସାହୁ, ଲିଙ୍ଗରାଜ ମୁଦୁଲି, ଦିବ୍ୟଜ୍ୟୋତି ନାୟକ, ନିତିଶ୍ କୁମାର ବେହେରାଙ୍କ ସମେତ କର୍ମଚାରୀ ସହଯୋଗ କରିଥିଲେ।