ଅନ୍ୟାନ୍ୟ

ଅନନ୍ତ ଡିଏଭିରେ ଶିଶୁ ଦିବସ: ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଉଦଘାଟିତ

By Angul TV Bureau

November 14, 2023

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଉତ୍ସବରେ ଏମ୍.ସି. ଏଲ୍ . ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଓସିପିର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜବାହରଲାଲ ନେହରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନନ୍ୟା ମହିଳା ମଣ୍ଡଳର ସମ୍ପାଦିକା ଓ ସଦସ୍ୟା ଗଣ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇ ଥିଲେ।

ଏ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଜ୍ଞାନ ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଉଦଘାଟିତ ହୋଇଥିଲା। ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନେ ୨୦୫ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏଥିସହ ଖାଦ୍ୟ ମେଳାରୁ ପିଲାମାନେ ଭରପୁର ମଜା ଉଠାଇଥିଲେ। ଶିଶୁ ଦିବସର ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ନେହରୁଙ୍କ ଜୀବନର ଯଶସ୍ଵୀ ଦିଗ ପ୍ରତି ଆଲୋକପାତ କରିଥିଲେ। ପ୍ରତିଯୋଗିତାର କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।

ଆୟୋଜିତ ସାଂସ୍କୃତିକ ପ୍ରତିଯୋଗିତାରେ ନନ୍ଦକିଶୋର ହାଉସ୍ ଦଳଗତ ଚମ୍ପିୟାନ ହୋଇ ସିଲ୍ଡ ଗ୍ରହଣ କରିଥିବା ବେଳେ ଗଙ୍ଗାଧର ହାଉସ୍ ରନର୍ସ୍ ଅପ୍ ସିଲ୍ଡ ହାସଲ କରିଥିଲେ। ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ ଏବଂ ଶିକ୍ଷକ କରୁଣାକର ସାହୁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।