ଅନ୍ୟାନ୍ୟ

ବାଳାଶ୍ରମରେ ଶିଶୁ ଦିବସ ପାଳିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ, କେକ୍ କାଟି କଲେ ସେଲିବ୍ରେସନ

By Angul TV Bureau

November 14, 2022

ଅନୁଗୁଳ: ଆଜି ନଭେମ୍ବର ୧୪ ତାରିଖ ଚାଚା ନେହରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସ। ଏ ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦର ନବଜୀବନ ବାଳାଶ୍ରମରେ ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ଶିଶୁ ଦିବସ ପାଳନ କରିଛି।

ଫାଉଣ୍ଡେସନ ପକ୍ଷରୁ ଆଶ୍ରମରେ ରହୁଥିବା ପିଲାଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିବା ସହିତ କେକ୍ କାଟି ଶିଶୁ ଦିବସ ପାଳନ କରାଯାଇଛି। ଏ ଅବସରରେ ଅତିଥିମାନେ ପିଲାଙ୍କ ଭଲ ମନ୍ଦ ବୁଝିବା ସହ ଦରକାରୀ ସାନିଟାରୀ ଜିନିଷ ଦେଇଥିଲେ।

ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ପୂର୍ବରୁ ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଆଜି ଆଶ୍ରମ ପିଲାଙ୍କ ସହ ଶିଶୁ ଦିବସ ପାଳିଛି। ତେବେ ଆଗକୁ ମଧ୍ୟ ଆଶ୍ରମର ଭଲ ମନ୍ଦ ଦାୟିତ୍ବ ନେଇ କୁନି ପିଲାଙ୍କ ମୁହଁରେ ହସ ଫୁଟାଇବେ ବୋଲି ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା କହିଛନ୍ତି।