ମୁଖ୍ୟ ଖବର

ଛୁଆ ଚୋର ସନ୍ଦେହ: ଜଣକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

By Angul TV Bureau

April 25, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ ଜଣକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତି ତେଣ୍ଟୋଲୋଇ ଗ୍ରାମ ଭିତରକୁ ଆସି ଗୋଟିଏ ଛୋଟ ଛୁଆକୁ ଧରିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ଝିଅର ଦାଦା ଦେଖି ଦେଇଥିଲେ। ଏହା ପରେ ଲୋକଟି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ତାକୁ ଗ୍ରାମବାସୀ କାବୁ କରି ନେଇ ମାଡ଼ ମାରିଥିଲେ। ଖବର ପାଇ ଘଟଣାସ୍ଥଳରେ ବିକ୍ରମପୁର୍ ପୋଲିସ ପହଞ୍ଚିଥିଲା ଓ ପରେ ବଅଁରପାଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ପିଲା ଚୋରକୁ ବାନ୍ଧିଥିଲା।