ଅନ୍ୟାନ୍ୟ

ସିଆଇଏସ୍ଏଫ୍ ଆଇଜିଙ୍କ ତାଳଚେର ସାରକାରଖାନା ଗସ୍ତ

By Biswaranjan Pattnaik

July 19, 2021

ଅନୁଗୁଳ: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍)ର କଲିକତା ସ୍ଥିତ ଦକ୍ଷିଣ ପୂର୍ବ ମୁଖ୍ୟ କାର୍ଯ୍ୟାଳୟର ଆଇଜି ସୁଧୀର କୁମାର ତାଳଚେର ସାରକାରଖାନା ଗସ୍ତରେ ଆସି ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆଇଜି ଶ୍ରୀ କୁମାର କର୍ମଚାରୀମାନଙ୍କୁ ଉଚ୍ଚକୋଟୀର କର୍ତ୍ତବ୍ୟ ନିର୍ବାହ କରିବା ସହ ସାରକାରଖାନା ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବରସରେ ସେ ସାରକାରଖାନା ମହାପ୍ରବନ୍ଧକ ପଞ୍ଚାନନ ହାଲଦାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ମାମୁନ ରସିଦ, କମାଣ୍ଡାଣ୍ଟ ବଂଶୀଧର ସୁନ୍ଦରା, ସହକାରୀ କମାଣ୍ଡାଣ୍ଟ୍ ବି.ଏନ୍. ତିୱାରୀ, କେ. କେ. ପାତ୍ରଙ୍କ ସମେତ ସାରକାରଖାନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସିଆଇଏସ୍ଏଫ୍ ବାରାକ୍ ପରିସରରେ ଚାରା ରୋପଣ କରାଯାଇଥିଲା।