ଅନ୍ୟାନ୍ୟ

ଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

By Angul TV Bureau

September 17, 2022

ତାଳଚେର: ତାଳଚେରରେ କାର୍ଯ୍ୟରତ ଏମ୍‌.ସି.ଏଲ୍‌.ର ସମସ୍ତ କୋଇଲା ଖଣିର ଠିକା ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଦାବିରେ ଶୁକ୍ରବାର ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଶ୍ରମିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏପିଏମ୍‌ ବିରଞ୍ଚି ଦାସଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଦାବି ପତ୍ରରେ ଏମ୍‌.ସି.ଏଲ୍‌.ର ସମସ୍ତ କୋଇଲା ଖଣିରେ ନିଯୁକ୍ତ ଠିକା ଶ୍ରମିକଙ୍କୁ ଦଶହରା ପୂର୍ବରୁ ପି.ଏଲ୍‌.ଆର. ବୋନସ ଦେବାକୁ ଉଲ୍ଲେଖ ରହିଛି। ନଚେତ ସେମାନେ ବାଧ୍ୟ ହୋଇ ଅକ୍ଟୋବର ୨ରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଂଘର ତୁଷାର କୁମାର ସାହୁ, ପିଣ୍ଟୁ ପ୍ରଧାନ, ନକୁଳ ନାଏକ, ନନ୍ଦ କିଶୋର ବେହେରା, ସୁଜିତ୍ ପଲେଇ, ସିପୁନ୍ ବେହେରା, ଜଳିଆ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।