ଅନ୍ୟାନ୍ୟ

ମେଡିକାଲର ବିଭିନ୍ନ ସମସ୍ୟା ଦୂର ପାଇଁ ୭ଦଫା ଦାବିପତ୍ର ପ୍ରଦାନ

By Biswaranjan Pattnaik

August 16, 2022

ଅନୁଗୁଳ:ଅନୁଗୁଳ ମେଡିକାଲର ବିଭିନ୍ନ ସମସ୍ୟା ତଥା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଜି ଅନୁଗୁଳ ଜନ ଜୀବନ ସୁରକ୍ଷା କମିଟିର ଏକ ପ୍ରତିନିଧି ଦଳ ୭ଦଫା ଦାବି ନେଇ ଅନୁଗୁଳ ଏଡିଏମ୍‌ଓ ଡା ମାନସ ରଞ୍ଜନ ବିଶ୍ୱାଳଙ୍କ ଜରିଆରେ ସିଡିଏମ୍ଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଅନୁଗୁଳ ମେଡିକାଲରେ‌ ନିଉରୋଲଜି ରୋଗୀଙ୍କ ପାଇଁ ଅଧିକ ଡାକ୍ତର ଅବା ପୁରୁଣା ଡାକ୍ତରଙ୍କ ପାଇଁ ଅଧିକ ସିଫ୍ଟର ବ୍ୟବସ୍ଥା କରିବା, ଅଲ୍ଟ୍ରାସାଉଣ୍ଡ ପାଇଁ ରେଡ଼ିଓଲୋଜିଷ୍ଟ ନିଯୁକ୍ତି, ଅନୁଗୁଳ ମେଡିକାଲରେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର, ମଧୁମେହ ରୋଗୀଙ୍କ ପାଇଁ ଔଷଧ ଯୋଗାଣ, ଏବଂ ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। କମିଟି ମୁଖ୍ୟ ଆଡଭୋକେଟ ପ୍ରମୋଦ ପ୍ରଧାନ, ମାନସ ପାଲ, ଅଭିମନ୍ୟୁ ସ୍ୱାଇଁ ଓ ଅନ୍ୟମାନେ ଏଥିରେ ସାମିଲ ଥିଲେ।