ମୁଖ୍ୟ ଖବର

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬: ଅନୁଗୋଳ ଦ୍ୱିତୀୟ ସ୍ୱଚ୍ଛ ପ୍ରଦୂଷଣ ମୁକ୍ତ ସହର

By Angul TV Bureau

September 08, 2026

ଅନୁଗୋଳ: ଦେଶର ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ଅନୁଗୋଳ ପୌରପାଳିକା ଦେଶରେ ଦ୍ୱିତୀୟ ଶ୍ରେଷ୍ଠ ସଫଳତା ହାତେଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତାରଙ୍କ ନେତୃତ୍ୱ ଏବଂ ପ୍ରାଶାସନିକ ତତ୍ତ୍ୱାବଧାନରେ ଏହି ଗୌରବ ଅର୍ଜନ କରାଯାଇଛି।

ମେକାନାଇଜଡ୍ ସଫେଇ, ଏମ.ଆର.ଏଫ୍. କେନ୍ଦ୍ର ଜରିଆରେ ଆବର୍ଜନା ପୃଥକୀକରଣ, ରାସ୍ତାରେ ଜଳ ସିଞ୍ଚନ, କୋଇଲା ବଦଳରେ ପି.ଏନ୍.ଜି. ଗ୍ୟାସର ବ୍ୟବହାର ଏବଂ ରାତ୍ରକାଳୀନ ଆବର୍ଜନା ସଂଗ୍ରହ ଭଳି ପଦକ୍ଷେପ ଯୋଗୁଁ ପ୍ରଦୂଷଣ ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି। ଦିଲ୍ଲୀରେ ଆୟୋଜିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ଏନ୍.ଜି.ଟି. ମୁଖ୍ୟ ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଗୋଳ ପୌରପାଳିକାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲାପାଳ ସମଗ୍ର ଜିଲ୍ଲାବାସୀ ଓ ସଫେଇ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।