ମୁଖ୍ୟ ଖବର

ପରାଜୟକୁ ସାଦରରେ ଗ୍ରହଣ କରୁଛୁ, ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ : ନବୀନ ପଟ୍ଟନାୟକ

By Angul TV Bureau

June 08, 2024

ଭୁବନେଶ୍ୱର : ନିର୍ବାଚନରେ ପରାଜୟ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି, ନିର୍ବାଚନରେ ହାର ଜିତ ଥାଏ, ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ। ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋ ଉପରେ ଜନସାଧାରଣ ତାଙ୍କ ଆଶୀର୍ବାଦ ଅଜାଡି ଦେଇଥିବାରୁ କୃତଜ୍ଞତା। ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ଧନ୍ୟବାଦ। ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର। ସରକାର ଓ ପାର୍ଟିର କାମ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ନବୀନ।

ଅନ୍ୟପଟେ ପାଣ୍ଡିଆନଙ୍କ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ମୁଁ ପୂର୍ବରୁ କହି ସାରିଛି ସେ ମୋ ଉତ୍ତରାଧିକାରୀ ନୁହନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ। ପାଣ୍ଡିଆନ ବିଜେଡିରେ ଯୋଗ ଦେଇଛନ୍ତି, କିନ୍ତୁ କୌଣସି ପଦବୀରେ ନାହାନ୍ତି। ସେ ନିର୍ବାଚନ ମଧ୍ୟ ଲଢ଼ି ନାହାନ୍ତି। ଶିକ୍ଷା, ଖେଳ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ନବୀନ।