ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

By Biswaranjan Pattnaik

September 26, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି ଉପସ୍ଥିତ ରହି ଗଛ ଲଗାଇବା ସହ ସମସ୍ତଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଲିମ୍ବ, କରଞ୍ଜ, ଆମ୍ବ, ଅଶୋକ, ଅଁଳା, ପଣସ ପ୍ରଭୃତି ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ମେଡିକାଲ ଷ୍ଟାପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମାଜସେବୀ ମହାସଂଘର ଆବାହକ କିନ୍ନର ଚିନ୍ମୟୀ ଦାସ କହିଛନ୍ତି, ଅନୁଗୁଳ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରି ଯତ୍ନ ନିଆଯିବ। ମହାସଂଘର ସଭାପତି ସୁଧାକର ସାହୁ କହିଛନ୍ତି ଯେ ମନ୍ଦିର, ଶ୍ମଶାନ, ବିଭିନ୍ନ ଶିକ୍ଷାନୁଷ୍ଠାନ, ପୋଲିସ ବ୍ୟାରେକ, ସହରାଞ୍ଚଳ, ଗ୍ରାମାଞ୍ଚଳରେ ସଫେଇ ସହ ବୃକ୍ଷ ରୋପଣ କରାଯିବ ଓ ପରିବେଶ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟରେ ଜୟ ଜଗନ୍ନାଥ ସ୍ଵେଚ୍ଛାସେବୀ ଅନୁଷ୍ଠାନ (କାଣ୍ଡସର), ମାନବ ସେବାଶ୍ରମ (ଅନୁଗୁଳ ), ଶେଷ ଜୀବନ ସାଥି (ବନ୍ଦା), ମା’ ଫାଉଣ୍ଡେସନ (ଚୌଦ୍ୱାର), ମାନବସେବା ମାଧବ ସେବା ଚାରିଟେବୁଲ ଟ୍ରଷ୍ଟ (ଖଣ୍ଡାହତା), କୋହିନୂର କ୍ଲବ (ବଳରାମ ପ୍ରସାଦ) ପ୍ରମୁଖ ଯୋଗ ଦେଇଥିଲେ।