ମୁଖ୍ୟ ଖବର

ସବୁ କାରଖାନା କରିବେ ରାସ୍ତା ମରାମତି: ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆସନ୍ତା ୫ ରେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ

By Angul TV Bureau

September 03, 2022

ତାଳଚେର : ଉପଜିଲ୍ଲାପାଳଙ୍କ ଅନୁରୋଧ ପରେ ବିଜେପି ପକ୍ଷରୁ ଆସନ୍ତା ୫ ତାରିଖରେ ଦିଆଯାଇଥିବା ବନ୍ଦ ଡାକରା ସ୍ଥଗିତ ରହିଛି। ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।ବୈଠକରେ ଗୋଡ଼ିବନ୍ଧ-କଣିହାଁ ୫୩ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ଆଲୋଚନା ହୋଇଥିଲା। ଏହି ରାସ୍ତାର ଅବସ୍ଥା ଏତେ ଖରାପ ଅଛି ଯେ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନ ଜୀବନ ଯାଉଛି। ଏଣୁ ଏହାର ତୁରନ୍ତ ମରାମତି ପାଇଁ ବିଜେପି ଦାବି କରିଥିଲା।

ଆଜିର ବୈଠକରେ ୭ ଦିନ ଭିତରେ ଏମସିଏଲ, ଏନଟିପିସି, ଜେଆଇଟିପିଏଲ ସମାନ ଭାଗରେ ରାସ୍ତା ମରାମତି କରିବେ ବୋଲି ନିଷ୍ପତ୍ତି ହୋଇଛି। ଦୁଇ ମାସ ଭିତରେ ଖର୍ଚ୍ଚ ତାଲିକା ପ୍ରସ୍ତୁତ କରି ପ୍ରଶାସନକୁ ଅର୍ଥ ଦେବେ। ଫଳରେ ପିଡ଼ବ୍ଲ୍ୟୁଡି କିମ୍ବା ଆରଡି ରାସ୍ତା କାମ କରିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ରତିଶ୍ରୁତି ପରେ ବିଜେପି ଆନ୍ଦୋଳନରୁ ହଟିଛି। ଆଜିର ବୈଠକରେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଏସଡିପିଓ ଏସ୍ ସ୍ୱାତୀ, ସାଂସଦ ପ୍ରତିନିଧି ସୁନୀଲ ସାହୁ, ସରପଞ୍ଚ ଦୀପ୍ତିମୟୀ ପ୍ରଧାନ, ସମିତିସଭ୍ୟା ପୁଷ୍ପଲତା ପ୍ରଧାନ, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।