ଅନ୍ୟାନ୍ୟ

ଲିଟିଲ୍ ହାର୍ଟସର ବାର୍ଷିକ ଉତ୍ସବ ସମ୍ପନ୍ନ

By Biswaranjan Pattnaik

December 23, 2023

ଅନୁଗୁଳ: ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀର ପାଞ୍ଚ ଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ହୋଇଯାଇଛି।ଉଦଯାପନ ଦିବସକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର୍। ଶ୍ରୀ ସର ନିଜ ଅଭିଭାଷଣରେ ପାଶ୍ଚାତ୍ୟ ଶିକ୍ଷା ଏବଂ ଆମ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଏକ ତୁଳନାତ୍ମକ ଚିତ୍ର ଦେବା ସହ ଏବେ ଆମକୁ ସ୍ମାର୍ଟ୍ ଶିକ୍ଷା ସହିତ ପ୍ରାଚୀନ ଶିକ୍ଷା ବା ଗୁରୁକୂଳ ପରମ୍ପରାକୁ ବଜାୟ ରଖିବାକୁ ହେବ ବୋଲି ପ୍ରକାଶ କରିଥିଲେ। ସ୍କୁଲର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡା ଯୋଗ ଦେଇ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଷୀ ସ୍କୁଲର ବିକାଶରେ ଅଭିଭାବକଙ୍କ ଭୂମିକା ଉଲ୍ଲେଖ କରିବା ସହ ଲିଟିଲ୍ ହାର୍ଟସକୁ ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଏମ୍ ସ୍କୁଲ ଅଧିଗ୍ରହଣ କରୁଥିବା ନେଇ ସୂଚନା ଦେଇଥିଲେ। ଏହି ମିଳିତ ଭେଞ୍ଚର୍ ଦ୍ଵାରା ଅନୁଗୁଳର ଅଭିଭାବକ ଓ ଛାତ୍ର ଛାତ୍ରୀ ବିଶେଷ ଉପକୃତ ହୋଇପାରିବେ ବୋଲି ଶ୍ରୀମତୀ ଯୋଶୀ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ଜ୍ୟୋତି ଗୋହିଲ ଉପସ୍ଥିତ ଥିଲେ।ଅତିଥିମାନେ ସ୍କୁଲର ଅନ୍ୟତମ ପ୍ରତିଷ୍ଠାତା ସ୍ବର୍ଗତ ହେମନ୍ତ ଗୋହିଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ମଧ୍ୟ କରିଥିଲେ।ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।