ଅନ୍ୟାନ୍ୟ

ଉଦ୍‌ଯାପିତ ହେଲା ସଡକ ସୁରକ୍ଷା ସପ୍ତାହ

By Swagatika Samantray

January 17, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ପରିବହନ ବିଭାଗ ତରଫରୁ ଏହି ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ତମ ଗାଡିଚାଳକଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସଂଗ୍ରାମ ରଞ୍ଜନ ଦାସ, ଅତିରିକ୍ତ ଆରକ୍ଷୀ ଅଧୃକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ବସ ମାଲିକସଂଘର ସଭାପତି ମାନସ ସାମଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସେଠୀ, ଏମ୍ଭିଆଇ ଦିବ୍ୟଜ୍ୟୋତି ମହନ୍ତଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।