କ୍ରୀଡ଼ା

ଅମଲାପଡ଼ା କ୍ରିକେଟ୍‌ ଉଦଯାପିତ

By Angul TV Bureau

January 28, 2021

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ମହାବିନାୟକ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାପଡ଼ିଆଠାରେ ଚାଲିଥିବା ଚତୁର୍ଥ ଦିବାରାତ୍ର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଅନୁଗୁଳ ଲୁଟୁ ୱାରିୟର୍ସକୁ ହରାଇ ଭୁବନେଶ୍ବର କ୍ରିକେଟ୍‌ କ୍ଲବ୍‌ ଚାମ୍ପିଅନ୍‌ ହୋଇଛି। ଲୁଟୁ ୱାରିୟର୍ସ ପ୍ରଥମେ ବ୍ୟାଟି˚ କରି ନିର୍ଦ୍ଧାରିତ ୧୨ ଓଭରରେ ହରାଇ ୬୦ ରନ୍‌ ସ˚ଗ୍ରହ କରିଥିଲା। ଜବାବରେ ଭୁବନେଶ୍ବର ୧୦ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍‌ ସ˚ଘର ଉପସଭାପତି ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଭାରତୀୟ ଲିଗ୍‌ କ୍ରିକେଟର ଅଧିନାୟକ ଚନ୍ଦନ ରାଏ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ୍‌ ପ୍ରସାଦ ଦ୍ବିବେଦୀ, ବରିଷ୍ଠ ଆଇନଜୀବୀ ରବି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଚାମ୍ପିଅନ୍‌ ଓ ରନର୍ସ ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ। ଅମ୍ପାୟାର‌୍‌ ଭାବେ ପ୍ରକାଶ କୁମାର ସି. ବୀରେନ୍ଦ୍ର କୁମାର ନାୟକ, ଜୟକୃଷ୍ଣ ରାଉତ ପ୍ରମୁଖ ଖେଳ ପରିଚାଳନା କରିଥିଲେ।