ଅନୁଗୁଳ: ଚଳିତବର୍ଷ ଗଣେଶ ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ କ୍ଲବ୍ ଗଣପତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଆଜି ଏକ ପ୍ରସ୍ତୁତି ବୈଠକ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି।
ଏ ବର୍ଷ ଭଲ ମୂର୍ତ୍ତି ସହ ଆକର୍ଷଣୀୟ ସାଜସଜ୍ଜାକୁ ଅଧିକ ଗୁରୁତ୍ବ ଦିଆଯିବ। ଏଥିସହ ପୂଜା ସମୟରେ ଅନ୍ନ ଭୋଗ ବଣ୍ଟନ ଓ ଭସାଣିରେ ପାରମ୍ପରିକ ବାଦ୍ୟନୃତ୍ୟର ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ଉପସଭାପତି ଚନ୍ଦନ କୁମାର ସାହୁ, ସଂପାଦକ ସନ୍ଧାନ ଦାସ, ସହ ସଂପାଦକ ଲକି ଜେନା ଓ ବିଶ୍ବଜିତ ପ୍ରଧାନ ଏବଂ କୋଷାଧ୍ୟକ୍ଷ ସୁବ୍ରତ ବାରିହା ଓ ରବୀନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା ଭାବେ ଦିଲ୍ଲୀପ ସାହୁ, ପତିତପାବନ ସାହୁ, ବୀରେନ୍ଦ୍ର ନାୟକ, ଦିନେଶ ପ୍ରଧାନ, ତାପସ ନାୟକ, ସୁକାନ୍ତ ସାହୁ, ରଂଜନ ସାହୁ, ସ୍ନେହାଂଶୁ ସାମନ୍ତ, ନିଶାନ୍ତ ଜେନା ଓ ବୀରଞ୍ଜନ ମହାନ୍ତିଙ୍କୁ ଚୟନ କରାଯାଇଛି।