ମୁଖ୍ୟ ଖବର

କ୍ଲବ୍ ଗଣପତ୍‌ର ନୂଆ କର୍ମକର୍ତ୍ତା ଚୟନ: ଚନ୍ଦ୍ରକାନ୍ତ ପ୍ରଧାନ ହେଲେ ସଭାପତି

By Angul TV Bureau

June 30, 2024

ଅନୁଗୁଳ: ଅନୁଗୁଳ ସ୍ଥିତ କ୍ଲବ୍‌ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ ଓ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଆଜି କ୍ଲବ୍‌ ପରିସରରେ ଅନୁଷ୍ଠିତ ହୋଇଛି। ସଭାପତି ଭାବେ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଚନ୍ଦନ କୁମାର ସାହୁ ଓ ଶିବାନନ୍ଦ କର, ସମ୍ପାଦକ ଭାବେ ସନ୍ଧାନ ଦାସଙ୍କୁ ଚୟନ କରାଯାଇଛି। ସେହିପରି ସହ ସଂପାଦକ ଭାବେ ଲିବଲୁ ରଞ୍ଜନ ଜେନା, ପବିତ୍ର ଭଞ୍ଜ ଓ ଆଦର୍ଶ ସାହୁ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱଜିତ୍ ପ୍ରଧାନ, ଅନିଲ ଭୂୟାଁ ଓ ସତ୍ୟବ୍ରତ ବାରିହା, କୋଷାଧ୍ୟକ୍ଷ ଭାବେ ସୁବ୍ରତ କୁମାର ବାରିହା ଓ ରବିନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ସାହୁ, ପତିତପାବନ ସାହୁ, ବିରେନ୍ଦ୍ର ନାୟକ, ଦିନେଶ ପ୍ରଧାନ, ତାପସ କୁମାର ନାୟକ, ସୁଜିତ୍ କୁମାର ସାହୁ, ସୁକାନ୍ତ ସାହୁ, ନିଶାନ୍ତ ଜେନା, ରଞ୍ଜନ ସାହୁ ଓ ଅରୁଣ ବରାଳ ରହିଛନ୍ତି।

ଆଜି ବୈଠକରେ ଗତ ପୂଜାର ଆୟବ୍ୟୟ ନେଇ ହିସାବ କରାଯିବା ସହ ଆସନ୍ତା ଗଣେଶ ପୂଜାକୁ ଧୁମ୍‌ଧାମ୍‌ରେ କରିବା ପାଇଁ ନିଷ୍ପତ୍ତି ହୋଇଛି।