ଅନ୍ୟାନ୍ୟ

କ୍ଳବ୍ ଗଣପତ୍ ପକ୍ଷରୁ ପଣା ବଣ୍ଟନ

By Biswaranjan Pattnaik

April 14, 2025

ଅନୁଗୁଳ: ଓଡ଼ିଆ ନବ ବର୍ଷ,ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଅମଲାପଡ଼ା କ୍ଳବ୍ ଗଣପତ ପକ୍ଷରୁ ପଥଚାରୀ ମାନଙ୍କୁ ବେଲ ଓ ଦହି ସରବତ ଆଦି ବଣ୍ଟନ କରାଯାଇଥିଲା। ଅନୁଗୁଳରେ ପ୍ରବଳ ଖରା ଓ ଝାଞ୍ଜି ପବନ ବହୁଥିବା ବେଳେ ମଧ୍ୟାହ୍ନରେ ପଣା ପିଇବାକୁ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କ୍ଳବ୍ ଗଣପତର ଉପଦେଷ୍ଟା ଦିଲିପ କୁମାର ସାହୁ, ବିରେନ୍ଦ୍ର କୁମାର ସାହୁ, ଚନ୍ଦ୍ରକାନ୍ତ ପ୍ରଧାନ, ସନ୍ଧାନ ଦାସ ଏବଂ ସଦସ୍ୟ ପପୁ, ଲିପୁ, ଜନ୍, ଲାକି, ବୁବୁ, ରଞ୍ଜି, ପଦି, ରିଙ୍କୁ, ଆକାଶ, କୁନା, ଶିବା, ଆପୂ, ରଞ୍ଜନ ସର୍ ଓ ପତିତପାବନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।